ଆମର ସୀମିତ ଜ୍ଞାନ ଓ ସୀମିତ ଅନ୍ତର୍ଦୃଷ୍ଟି ନେଇ ଏ ପ୍ରଶ୍ନର ସମାଧାନ ସମ୍ଭବ ନୁହେଁ : ଭଲଲୋକ ଦୁଃଖ ପାଆନ୍ତି କାହିଁକି? ଏହି ବିଶାଳ ଗୋଲକଧନ୍ଧାର ନାଗଫାଶ ବନ୍ଧନରୁ ମାନବ ସମାଜକୁ ମୁକ୍ତ କରିବା ପାଇଁ ଜ୍ଞାନତପସ୍ୱୀ ଦାଦା ବାସୱାନୀ କେବଳ ତାତ୍ତ୍ୱିକ ବିଚାର ବ୍ୟକ୍ତ କରିନାହାନ୍ତି । ଆମେ ପଦକ୍ଷେପ ନେଇପାରିଲା ପାରି ବ୍ୟବହାରିକ ପନ୍ଥାମାନ ନିର୍ଦ୍ଦେଶ କରିଛନ୍ତି । ଆମର ବିଚାରଧାରାରେ ଆମେ କିପରି ଭାବରେ ସାତ୍ତ୍ୱିକତା ରକ୍ଷା କରିପାରିବା, ତ୍ରୁଟିପୂର୍ଣ୍ଣ ଆଚରଣରୁ ଅଙ୍କୁରଣ ସମୟରେ କିପରି ନିର୍ମୂଳ କରାଯିବ, ଉତ୍ତମ କର୍ମ ପାଇଁ କିପରି ଉତ୍ତମ ଗୋଷ୍ଠୀର ସହାୟତା ନିଆଯିବ, ସହାସ୍ୟ ବଦନରେ ଘଟଣା ପ୍ରତି ସ୍ୱୀକାର ମନୋବୃତ୍ତି, ନିଜର କର୍ତ୍ତବ୍ୟ ପ୍ରତି ଆନୁଗତ୍ୟ ଏବଂ ସର୍ବୋପରି ପରୋପକାର ମାନସିକତା କେବଳ ଶୁଷ୍କ ପରାମର୍ଶ ନୁହେଁ, ଏଗୁଡ଼ିକ ଉନ୍ନତ ଓ ସୁଖମୟ ଜୀବନ ନିର୍ମାଣର ଗୋଟିଏ ଗୋଟିଏ ସ୍ତମ୍ଭ । ଭଲ ଲୋକଙ୍କର ଦୁଃଖର ଅନ୍ତରାଳରେ ଯେଉଁ ଗଭୀର ସତ୍ୟ ଓ ମାର୍ଗଦର୍ଶନ ରହିଛି, ତାହାର ପ୍ରକଟନ ଶ୍ରୀ ବାସୱାନୀଙ୍କ ରଚନାରେ ସ୍ପଷ୍ଟ ଓ ଦୀପ୍ତିମନ୍ତ ହୋଇଉଠିଛି ।
ଭଲ ଲୋକ ଦୁଃଖ ପାଆନ୍ତି କାହିଁକି? ଏହି ଧ୍ୟାନଦୀପ୍ତ ଚିନ୍ତନକୁ କେନ୍ଦ୍ରରେ ରଖି ଅନ୍ୟ କେତୋଟି ଭାବ ଓ ଭାବନାର ଆଲୋଚନା ପ୍ରକାଶନଟିକୁ ଅଧିକ ଶୋଭାବନ୍ତ କରିଛି । ଆମର ବ୍ୟକ୍ତିଗତ ଓ ସାମୂହିକ ଜୀବନରେ ପ୍ରାର୍ଥନାର ଶକ୍ତି କେତେ ସମ୍ବଳଗର୍ଭକ ତାହା ହୁଏତ ସମସ୍ତେ ଜାଣନ୍ତି । ତଥାପି ଆମେ କିପରି ପ୍ରାର୍ଥନା କରିବା, ପ୍ରାର୍ଥନାର ରୂପରେଖ, ପ୍ରାର୍ଥନାର ସ୍ତର ଓ ପ୍ରାର୍ଥନାର ଅନ୍ତଃସ୍ୱରର ଆଲୋଚନା ଆମର ଅନୁଭୂତିର ପରିସରକୁ ବହୁବ୍ୟାପ୍ତ କରିଥାଏ । ସେହିପରି ହସର ଚିକିତ୍ସା ମାଧ୍ୟମରେ ହସ ପରି ଏକ ସକାରାତ୍ମକ ଅଭ୍ୟାସର ଉପଯୋଗିତା ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି ।
ସଂସ୍କାରିତ ଜୀବନର ଅଙ୍କୁରଣ ଓ ବିକାଶ ପାଇଁ ସକାରାତ୍ମକ ମାର୍ଗର ପ୍ରୟୋଗ ଯେପରି ଆବଶ୍ୟକ, ନକାରାତ୍ମକ ଆଚରଣର ନିୟନ୍ତ୍ରଣ ଓ ବିଲୋପ ମଧ୍ୟ ସେପରି ପ୍ରୟୋଜନ । ଏହି ପରିପ୍ରେକ୍ଷୀରେ “କ୍ରୋଧକୁ ଜଳାଅ ନିଜକୁ ନୁହେଁ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଆଲୋଚନା ।” ଦୈନନ୍ଦିନ ଜୀବନରେ ପ୍ରାୟତଃ ଅସମ୍ଭବ ମନେ ହେଉଥିବା ଅବିଗୁଣକୁ କିପରି ସହଜ ଉପାୟରେ ନିର୍ମୁଳ କରାଯାଇପାରେ, ତାହାର ରାସ୍ତା ଦେଖାଇବାରେ ଦାଦା ଜେ ପି ବାସ୍ୱାନୀଙ୍କ ଶୈଳୀ ଅନନ୍ୟ । ଏହା ସହିତ କ୍ଷମା ପରି ଏକ ମହତଗୁଣକୁ କିପରି ଜୀବନରେ ଅଂଗୀଭୂତ କରିହେବ, ତାହାର ଦିଗଦର୍ଶନ ମଧ୍ୟ ଦିଆଯାଇଛି । କ୍ଷମାର ଚମତ୍କାରିତା ଆଲୋଚନା ପରିପ୍ରେକ୍ଷୀରେ ଏକ ଉଚ୍ଚତର ମୂଲ୍ୟବୋଧର ବର୍ଣ୍ଣନା ଦିଆଯାଇଛି । ମୂଳତଃ ‘ଭଲ ଲୋକ ଦୁଃଖ ପାଆନ୍ତି କାହିଁକି’ ଶୀର୍ଷକ ଏକ ଜାଗତିକ ଜିଜ୍ଞାସାକୁ କେନ୍ଦ୍ର କରି ଦାଦା ଜେ ପି ବାସ୍ୱାନୀଙ୍କ ଅନ୍ୟ କେତୋଟି ଭାବନାପୃଷ୍ଠର ମନୋଜ୍ଞ ସମାବେଶ ଏ ପୁସ୍ତକର ସମ୍ବଳ ସାମଗ୍ରୀ ।
Bhala Loka Dukha Pae Kahiniki ଭଲଲୋକ ଦୁଃଖପାଏ କାହିଁକି ?
ବିଶ୍ୱଗୁରୁ ଦାଦା ଜେ.ପି. ବାସୱାନୀ
ଦାଦା ଜେ.ପି. ବାସୱାନୀ ଆଧୁନିକ ଜଗତର ଅନନ୍ୟ ବିଶ୍ୱଗୁରୁ । ସେ ପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ କଣ୍ଠସ୍ୱରର କୋମଳତା, ବାର୍ତ୍ତାସବୁର ମଧୁରତା ଏବଂ କାର୍ଯ୍ୟଧାରାର ସଙ୍ଗୀତ ମନୁଷ୍ୟର ମନପ୍ରାଣକୁ ଅଭିଭୂତ କରେ । ମନୁଷ୍ୟର ଚେତନାକୁ ସ୍ପର୍ଶ କରି ତା’ର ରୂପାନ୍ତର ଆଣେ । ତାଙ୍କ ଦିବ୍ୟସନ୍ଦେଶର ସାରବାର୍ତ୍ତା ହେଉଛି — “ପ୍ରେମ, ପ୍ରେମ ଆଉ ପ୍ରେମ । ତୁମର ଅଖଣ୍ଡ ପ୍ରେମ ପ୍ରବାହ ସମସ୍ତଙ୍କୁ ସ୍ପର୍ଶ କରୁ । ତୁମର ନିନ୍ଦୁକ ମଧ୍ୟ ତୁମ ପ୍ରେମର ଅନୁଭବ ପାଉ । ତୁମେ ଜ୍ୱଳନ୍ତ ଅଗ୍ନିରୁ ମଧ୍ୟ ଅଧିକ ଦୀପ୍ତିମନ୍ତ ହୋଇ ବାହାରି ଆସିପାରିବ ।” ପ୍ରେମର ଏହି ମୂଳମନ୍ତ୍ର ଉପରେ ପ୍ରତିଷ୍ଠିତ ହୋଇଛି ବାସୱାନୀଙ୍କର ବିଶ୍ୱସଙ୍ଗଠନ । ଭୌଗୋଳିକ ସୀମାରେଖାର ବହୁ ଉର୍ଦ୍ଧ୍ୱକୁ ଯାଇ ସମଗ୍ର ବିଶ୍ୱରେ ମାନବ ସେବା ପାଇଁ ଏହା ଉଦ୍ଦିଷ୍ଟ ।
ଦାଦାଜୀଙ୍କର ଦିବ୍ୟ ସନ୍ଦେଶ ଉପରେ ଆଧାରିତ ଏହି ପୁସ୍ତକଟି ଏକ ଅମୂଲ୍ୟ-ରତ୍ନ । ଅମୃତ ଲାଭକରିବାର ଅଭିଳାଷ ପୋଷଣକରି ଦିବ୍ୟ ମାର୍ଗରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ପରମ ଦିଗଦର୍ଶକ । ତାଙ୍କ ବାଣୀସମୂହର ନିର୍ଯ୍ୟାସ ବହନ କରିଥିବା ଏହି ପୁସ୍ତକଟି ଏକ ସାରଥୀର ସୁନ୍ଦର ପ୍ରତୀକ ସଦୃଶ । କିନ୍ତୁ ଏହି ବିଶ୍ୱଗୁରୁ କହନ୍ତି, ସେ କାହାର ଗୁରୁ ନୁହନ୍ତି ମାତ୍ର ସମସ୍ତଙ୍କର ଶିଷ୍ୟ ।
Also Available at :
![]()
Original price was: ₹199.00.₹159.00Current price is: ₹159.00.
+ Free Shipping above (699/-)Availability: 40 in stock
| Weight | .35 g |
|---|---|
| Dimensions | 22 × 14 × 1 cm |










Reviews
There are no reviews yet.